ଗୋଲାମୁଣ୍ଡାରେ ବିଶ୍ଵ ଏଡ଼ସ ଦିବସ ପାଳିତ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାସ୍ଥିତ ସର୍ବ ମଙ୍ଗଳା ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଯୁବ ରେଡ଼କ୍ରସ, ରେଡ୍ ରିବନ୍ କ୍ଳବ୍ ଓ ଭାରତ ସ୍କାଉଟ ଗାଇଡ ବିଭାଗର ମିଳିତ ସହଯୋଗରେ ଆୟୋଜିତ ସଚେତନତା ସଭାରେ ଅଧ୍ୟକ୍ଷ ଜୟନ୍ତ କୁମାର ଜେନା ସଭାପତିତ୍ବ କରି ଏଡ଼ସର ଭୟାବହତା ଓ ନିରାକରଣ ପାଇଁ ଆତ୍ମ ସଂଯମତାର ଆବଶ୍ୟକତା ରହିଛି ବୋଲି ବାର୍ତ୍ତା ଦେଇଥିଲେ ।

ଗୋଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ବିଭାଗ ଡାକ୍ତର କୃଷ୍ଣ ମୋହନ ପାତ୍ର- ମୁଖ୍ୟ ଅତିଥି ଓ ଅଧ୍ୟାପକ ପ୍ରତାପ ଚନ୍ଦ୍ର ନାୟକ- ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଡ଼ସ ନିରାକରଣ ପାଇଁ ଆଗେଇ ଆସିବାକୁ ଛାତ୍ର ଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ ।

ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା କାର୍ଯକ୍ରମକୁ ସଂଯୋଜନା କରିବା ସହ ଚଳିତ ବର୍ଷ ଏଡ଼ସ ଦିବସର ବିଷୟବସ୍ତୁ ” ଅନ୍ତ- ଅସମାନତାର , ଅନ୍ତ- ଏଡ଼ସ ଆଉ ମହାମାରୀର ” ବିଷୟରେ ଆଲୋକପାତ କରିଥିଲେ । ଭାରତ ସ୍କାଉଟ୍ ରୋଭର୍ ଲିଡର ସନ୍ତୋଷ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l
କଳାହାଣ୍ଡି ଧର୍ମଗଡ ରୁ ଶୁସିଲ କୁମାର ବେହେରା R9BHARAT

Leave a Reply

Your email address will not be published. Required fields are marked *

error: Content is protected !!