ବିଶ୍ୱ ଏଡସ ଦିବସରେ ପୁରସ୍କୃତ ହେଲେ କୋଦଳା ର ସୁଶ୍ରୀ ପୂଜାରାଣୀ ଦୋରା

କୋଦଳା : ବୁଧବାର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଉମାଶଙ୍କର ମିଶ୍ରଙ୍କ ଅଧକ୍ଷତାରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି |

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏଡ଼ସ ସଚେତନତା ରଥର ଶୁଭାରମ୍ଭ କରିଥିଲେ |

ଗଞ୍ଜାମ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ଜିଲ୍ଲା ସ୍ଥରୀୟ ପ୍ରତିଯୋଗିତାରେ ପୁରସ୍କାର ବିତରଣ କରାଯାଇଥିଲା । ସେଥିମଧ୍ୟରୁ ଖଲ୍ଲିକୋଟ ରାମଚନ୍ଦ୍ର ମର୍ଦ୍ଦରାଜ ମହାବିଦ୍ୟାଳୟ ରେ ପଢ଼ୁଥିବା କୋଦଳା ର ଏସ ପୂଜାରାଣୀ ଦୋରା ରକ୍ତଦାନର ମହତ୍ୱକୁ ନେଇ ଏକ ପ୍ରବନ୍ଧ ଲେଖି ଓ HIV ସମ୍ବନ୍ଧରେ ବକୃତା ଦେଇ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତାରେ ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ଏଥିରେ ଡ଼.ଅବନୀକାନ୍ତ ପାତ୍ର, ଡ଼.ବିପିନି ବିହାରି ପାଣିଗ୍ରାହୀ, R. ଯୋଗେଶ ପଟ୍ଟନାୟକ, ସ୍ୟାମସୁନ୍ଦର ତ୍ରିପାଠି, ସୁଧୀରକାନ୍ତ ବେହେରାଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ।
ଗଞ୍ଜାମ ଛତ୍ରପୁର ରୁ କୃଷ୍ଣଚନ୍ଦ୍ର ପଳାଇ R9 ଭାରତ

Leave a Reply

Your email address will not be published. Required fields are marked *

error: Content is protected !!